ଜିଲ୍ଲାର ଜଳସେଚନ ଓ ଏମ୍.କେ.ସି.ଜି ମେଡ଼ିକାଲର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୈଜନ୍ୟମୂଳକ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କଲେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ,

Total Views : 61
Zoom In Zoom Out Read Later Print

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୈଜନ୍ୟମୂଳକ ସାକ୍ଷତ କରିଛନ୍ତି ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ

ମୁଖ୍ୟମନ୍ତ୍ରୀଙ୍କୁ ସୈଜନ୍ୟମୂଳକ ସାକ୍ଷାତ କଲେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ, ଜିଲ୍ଲାର ଜଳସେଚନ ଓ ଏମ୍.କେ.ସି.ଜି ମେଡ଼ିକାଲର ସମସ୍ୟାକୁ ନେଇ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ବୁଧବାର  ରାଜଧାନୀ ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୈଜନ୍ୟମୂଳକ ସାକ୍ଷତ କରିଛନ୍ତି ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ମାନେ । ବ୍ରହ୍ମପୁର ପ୍ରେସ କ୍ଳବ୍ ର ସଭାପତି ଅଶୋକ କୁମାର ବ୍ରହ୍ମାଙ୍କ ସମେତ ଇଟିଭି ଭାରତର  ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ, ନକ୍ଷେତ୍ର ନ୍ୟୁଜ୍ ର  ସାମ୍ବାଦିକା ଇତିଶ୍ରୀ ସମାପିକା ମହାନ୍ତି, ଏମ୍.ବି.ସି ଟିଭିର ସାମ୍ବାଦିକ ରାଧାଶ୍ୟାମ ଆଚାର୍ଯ୍ୟ ଏହି ଅବସରରେ ରାଜ୍ୟ ସଚିବାଳୟର  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ‌ । ଆଲୋଚନା ସମୟରେ ଦକ୍ଷିଣ ଓଡ଼ିଶାବାସୀ ନିର୍ଭର କରୁଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ / ଚିକିତ୍ସାଳୟରେ ଉନ୍ନତିକରଣ ପାଇଁ ଆଲୋଚନା ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ବିକାଶ ପାଇଁ ଏକ ସ୍ବତନ୍ତ୍ର ଡିପିଆର୍ ପ୍ରସ୍ତୁତ କରାଯାଉଥିବା କହିଛନ୍ତି । ଏଥିସହ   ଜିଲ୍ଲାର ଜଳସେଚନର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ଗୁରୁତ୍ବ ଦିଆଯାଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ଏପରିକି ଆମ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସାମ୍ବାଦିକ ମାନଙ୍କ ସହିତ ଆଲୋଚନା ସମୟରେ କହିଛନ୍ତି। 
ମୁଖ୍ୟମନ୍ତ୍ରୀ ନିଜର ମୂଲ୍ୟବାନ ସମୟ ମଧ୍ୟରୁ କିଛି ସମୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇ ଜିଲ୍ଲା ବିଷୟରେ ଆଲୋଚନା କରିଥିବା ଯୋଗୁଁ ଶେଷରେ ସାମ୍ବାଦିକଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା

See More

Latest Photos