ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହେଲା ଜାତୀୟ ଶିକ୍ଷା ନୀତି ୨୦୨୦। ରାଜ୍ୟବ୍ୟାପୀ ଆରମ୍ଭ ହେଲା ଶିଶୁ ବାଟିକା। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରି ପିଲାଙ୍କୁ ଧରାଇଲେ ଖଡ଼ି।
ମୋହନ ମାଝୀବନିଗଲେ ଗୁରୁଜୀ; ସ୍ଲେଟ୍ ଧରି ଶିଶୁମାନଙ୍କୁ ପାଠ ପଢା଼ଇଲେ ମୁଖ୍ୟମନ୍ତ୍ରୀ





ସ୍ଲେଟ୍ ଧରି ଶିଶୁମାନଙ୍କୁ ପାଠ ପଢା଼ଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଶିକ୍ଷା ନୀତି ଅଧୀନରେ ରାଜ୍ୟରେ ଶିଶୁବାଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବନିଗଲେ ଗୁରୁଜୀ । ଭୁବନେଶ୍ବର ବଡ଼ଗଡ଼ ସରକାରୀ ସ୍କୁଲରେ କୁନି କୁନି ପିଲାଙ୍କୁ ଖଡ଼ି ଧରାଇ ବିଦ୍ୟାରମ୍ଭ କଲେ ମୋହନ । ପିଲାଙ୍କ ସହ କଥା ହେଲେ, ଭୟ ଦୂରେଇ ପାଠ ପଢ଼ିବା ପାଇଁ ବୁଝାଇଲେ । ଏଥିସହ ଶିଶୁ ବାଟିକା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜଧାନୀରେ ସଚେତନତା ଗାଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
ବଡ଼ଗଡ଼ ସ୍କୁଲରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଶିଶୁ ବାଟିକା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକାରେ ପିଲାମାନେ ଚାପ ଓ ଭୟମୁକ୍ତ ହୋଇ ପାଠ ପଢ଼ିବେ । ଖେଳକୁଦ, ଚିତ୍ର, ପୋଷ୍ଟର ଜରିଆରେ କୁନି କୁନି ପିଲାଙ୍କୁ ପାଠ ପଢ଼ାଯିବ । ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ଶୈଳୀରେ ପିଲାଙ୍କୁ ପାଠ ପଢ଼ାଯିବ, ଯାହା ଛୋଟ ପିଲାଙ୍କ ବୌଦ୍ଧିକ ବିକାଶ ସହ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ ।
ସେହିପରି ବଡ଼ଗଡ଼ ହାଇସ୍କୁଲରେ ପୋଷଣ ଯୋଜନା ଅଧୀନରେ ନବମ ଓ ଦଶମ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପିଏମ ପୋଷଣ ଯୋଜନାରେ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ନୂଆ ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ଏଣିକି ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ସମସ୍ତ ପିଲା ସ୍କୁଲରେ ପୁଷ୍ଟିକର ଭୋଜନ କରିପାରିବେ।