ଅଖିଳେଶ ଯାଦବଙ୍କ ଉପରେ ଅମିତ ଶାହଙ୍କ 'ପରିବାର ବାଦ' ଉପରେ କଟାକ୍ଷ

Total Views : 26
Zoom In Zoom Out Read Later Print

ଅଖିଳେଶ ପ୍ରଥମେ କହିଥିଲେ, ବିଜେପି ଏତେ ବଡ଼ ଦଳ ହୋଇ ସୁଦ୍ଧା ଅଧ୍ୟକ୍ଷ ନିର୍ବାଚନ ହୋଇପାରୁ ନାହିଁ । ଦଳରେ ବର୍ତ୍ତମାନ ମୁକାବିଲା ଚାଲିଛି ଯେ କିଏ ବଡ଼ ନେତା । ଯେଉଁ ଦଳ କହୁଛି ସେ ଦୁନିଆର ସବୁଠୁ ବଡ଼ ଦଳ, ତାହା ଅଧ୍ୟକ୍ଷ କିଏ ହେବେ ତାହା ସ୍ଥିର କରିପାରୁ ନାହିଁ । ସେ ହସି ହସି ଏହି ଟିପ୍ପଣୀ ଦେଇଥିଲେ । ପରବର୍ତ୍ତୀ ବିଜେପି ଅଧ୍ୟକ୍ଷ ପ୍ରସଙ୍ଗ: ଅଖିଳେଶ ଯାଦବଙ୍କ ବ୍ୟଙ୍ଗ ଉପରେ ଅମିତ ଶାହଙ୍କ 'ପରିବାର ବାଦ' ଉପରେ କଟାକ୍ଷ

ନୂଆଦିଲ୍ଲୀ,୦୩/୦୪: ଲୋକସଭାରେ  ବୁଧବାର ୱାକଫ ସଂଶୋଧନ ବିଲ୍‌ ଉପରେ  ଚର୍ଚ୍ଚା ବେଳେ ସମାଜବାଦୀ ପାର୍ଟି (ସପା)  ମୁଖ୍ୟ ଅଖିଳେଶ ଯାଦବ ବିଜେପିର ଅଧ୍ୟକ୍ଷ  ନିର୍ବାଚନ ବିଳମ୍ବ ହେବାକୁ ନେଇ ଦଳକୁ  ଟାର୍ଗେଟ୍‌ କରିଥିଲେ । ଏହାପରେ ସ୍ୱରାଷ୍ଟ୍ର  ମନ୍ତ୍ରୀ ଅମିତ ଶାହ ତାଙ୍କୁ ହସି ହସି ଜବାବ  ଦେଇଥିଲେ । ଉଭୟଙ୍କ ମଧ୍ୟରେ ଏହି ହାଲୁକା ଯୁକ୍ତିତର୍କ ଗୃହରେ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି  କରିଥିଲା । ଏହାପରେ ଲୋକସଭା ବାଚସ୍ପତି  ଓମ୍‌ ବିର୍ଲା ଅଖିଳେଶଙ୍କୁ ୱାକଫ ସଂଶୋଧନ  ବିଲ୍‌ ପ୍ରସଙ୍ଗକୁ ଆସିବାକୁ କହିଥିଲେ । 

ଅଖିଳେଶ ପ୍ରଥମେ କହିଥିଲେ, ବିଜେପି ଏତେ ବଡ଼ ଦଳ ହୋଇ ସୁଦ୍ଧା ଅଧ୍ୟକ୍ଷ ନିର୍ବାଚନ ହୋଇପାରୁ ନାହିଁ । ଦଳରେ ବର୍ତ୍ତମାନ ମୁକାବିଲା ଚାଲିଛି ଯେ କିଏ ବଡ଼ ନେତା । ଯେଉଁ ଦଳ କହୁଛି ସେ ଦୁନିଆର ସବୁଠୁ ବଡ଼ ଦଳ, ତାହା ଅଧ୍ୟକ୍ଷ କିଏ ହେବେ ତାହା ସ୍ଥିର କରିପାରୁ ନାହିଁ । ସେ ହସି ହସି ଏହି ଟିପ୍ପଣୀ ଦେଇଥିଲେ ।  

ଏହା ଉପରେ ଅମିତ ଶାହ ନିଜ ଆସନରୁ  ଉଠି କହିଥିଲେ, ସାମ୍ନାରେ ଯେଉଁ ସବୁ ଦଳ ଅଛନ୍ତି (ବିରୋଧୀଙ୍କୁ ଇସାରା କରି) ସେମାନଙ୍କର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ମାତ୍ର ୫  ଜଣ ଲୋକ ବାଛିଥାନ୍ତି । ତାହା ପରିବାରରେ ଘଟିଥାଏ । କିନ୍ତୁ ଆମର କୋଟି କୋଟି ସଦସ୍ୟ  ରହିଛନ୍ତି । ସମୟ ତ ନିଶ୍ଚିତ ଲାଗିବ । ଶାହ  କହିଥିଲେ, ଅଖିଳେଶଜୀ ଏହି କଥା ହସି ହସି କହିଥିଲେ । ତେଣୁ ମୁଁ ବି ହସି ହସି କହୁଛି ।  ଅଧ୍ୟକ୍ଷ ନିର୍ବାଚନରେ ଆପଣଙ୍କୁ ସାମାନ୍ୟ ବିଳମ୍ବ ହୋଇ ନ ଥାଏ । ମୁଁ କହୁଛି ଆପଣ ୨୫ ବର୍ଷ  ପର୍ଯ୍ୟନ୍ତ ଅଧ୍ୟକ୍ଷ ହୋଇଯାଆନ୍ତୁ । 

ଅଖିଳେଶ ପୁଣି ହସିକରି କହିଥିଲେ,  ଏବେ ଯେଉଁ ଯାତ୍ରା ନାଗପୁର ଅଭିମୁଖେ  ହୋଇଥିଲା ଏବଂ ସୋସିଆଲ ମିଡିଆରେ ଯେଉଁ  ଚର୍ଚ୍ଚା ଚାଲିଛି, ତାହା ୭୫ ବର୍ଷର ସମ୍ପ୍ରସାରଣ  ଯାତ୍ରା ନୁହେଁ ତ! ସଂସଦରେ ଅଖିଳେଶ ୱାକଫ  ବିଲ୍‌କୁ ନେଇ ନିଜ ଯୁକ୍ତି ରଖିବା ବେଳେ କେତେବେଳେ ମହାକୁମ୍ଭ ତ କେତେବେଳେ  ନୋଟ୍‌ ବନ୍ଦୀ ଉପରେ କହିଥିଲେ । ଏହାପରେ  ଦରଦାମ ବୃଦ୍ଧି, ଗଙ୍ଗା ସଫେଇ ଓ ଚାଷୀଙ୍କ ସମସ୍ୟା କଥା ଉଠାଇଥିଲେ । ଏହିସବୁ ପ୍ରସଙ୍ଗ  ଉପରେ କହୁ କହୁ ୫ ମିନିଟ୍‌ ହୋଇଯାଇଥିଲା ।  ଏହାପରେ ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ରୋକି  କହିଥିଲେ, ଅଖିଳେଶ ଜୀ ୱାକଫ ବିଲ୍‌  ପ୍ରସଙ୍ଗକୁ ବି ଆସିଯାଆନ୍ତୁ । 

ଉଲ୍ଲେଖଯୋଗ୍ୟ, ଚଳିତମାସ ବିଜେପିକୁ  ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବା ନେଇ ଚର୍ଚ୍ଚା  ହେଉଛି । ସୂତ୍ର ମୁତାବକ, ନାଗପୁରରେ ମାର୍ଚ୍ଚ  ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ  ସାକ୍ଷାତ ବେଳେ ନୂଆ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା  ହୋଇଥିଲା । ମୋଦି ନାଗପୁରରୁ ଫେରିବା ପରେ  ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା  ବି କରିଛନ୍ତି । ପ୍ରଧାନମନ୍ତ୍ରୀ ବର୍ତ୍ତମାନର ଅଧ୍ୟକ୍ଷ  ଜେ ପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ ଓ  ସଙ୍ଗଠନ ମହାସଚିବ ବି ଏଲ୍‌ ସନ୍ତୋଷଙ୍କ ସହ  ରାଜ୍ୟଗୁଡ଼ିକର ସାଙ୍ଗଠନିକ ନିର୍ବାଚନ ଉପରେ  ଚର୍ଚ୍ଚା କରିଛନ୍ତି । ଚଳିତମାସ ହିଁ ବିଜେପି ଅଧ୍ୟକ୍ଷ  ନିର୍ବାଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ନଡ୍ଡା ଓ ବି  ଏଲ୍‌ ସନ୍ତୋଷଙ୍କୁ କହିଥିବା ସୂତ୍ରରୁ ଜଣାପଡ଼ିଛି ।


See More

Latest Photos