ତାତିରୁ ଆଶ୍ୱସ୍ତି, ରାଜ୍ୟରେ ୪ ଯାଏଁ କାଳବୈଶାଖୀର ପ୍ରଭାବ, ଏହିସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

Total Views : 30
Zoom In Zoom Out Read Later Print

ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । କନ୍ଧମାଳରେ ବଡ଼ ଧରଣ କାଳବୈଶାଖୀ ହୋଇଛି

ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ସାଧାରଣ ଲୋକେ  । କାଳବୈଶାଖୀ ପ୍ରଭାବରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । କନ୍ଧମାଳରେ ବଡ଼ ଧରଣ କାଳବୈଶାଖୀ ହୋଇଛି । ଏଥିସହ କୋରାପୁଟ ଓ କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଥିବାର ଖବର ମିଳିଛି । ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ଆଗାମୀ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

See More

Latest Photos