ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ

Total Views : 53
Zoom In Zoom Out Read Later Print

Odisha Universities (Amendment) Bill 2024: ରାତି ସାରା ଚାଲିଲା ବିଧାନସଭା, ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ

Odisha Universities (Amendment) Bill 2024: ରାତି ସାରା ଚାଲିଲା ବିଧାନସଭା । ପାରିତ ହେଲା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ । ପ୍ରାୟ ସାଢେ଼ ୧୨ ଘଣ୍ଟା ଧରି ଆଲୋଚନା ପରେ ସାଢେ଼ ୪ ଟାରେ ବିଧାନସଭାରେ ବିଲ ପାରିତ ହୋଇଛି ।

ରାତି ସାରା ଚାଲିଲା ବିଧାନସଭା । ପାରିତ ହେଲା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ । ପ୍ରାୟ ସାଢେ଼ ୧୨ ଘଣ୍ଟା ଧରି ଆଲୋଚନା ପରେ ସାଢେ଼ ୪ ଟାରେ ବିଧାନସଭାରେ ବିଲ ପାରିତ ହୋଇଛି । ଏଥିରେ ରହିଥିବା ମୋଟ ୧୮ ଟି କ୍ଲଜରୁ ୧୨ ଟି କ୍ଲଜ ସଂଶୋଧନ ପାଇଁ ପ୍ରସ୍ତାବ ରଖିଥିଲେ ବିରୋଧୀ ବିଜେଡି ସଦସ୍ୟ । କ୍ଲଜ ୱାଇଜ ଆଲୋଚନା ପୂର୍ବରୁ ବିଜେଡି ଦାବି କରିଥିଲା ଏହି ସଂଶୋଧନ ବିଲ ପାରିତ ପୁର୍ବରୁ ସିଲେକ୍ଟ କମିଟିକୁ ପଠାଯାଉ। ଅରୁଣ ସାହୁ କହିଥିଲେ ୨୦୨୦ ସଂଶୋଧନ ବିଲ୍ ବର୍ତ୍ତମାନ୍ ସୁପ୍ରିମକୋର୍ଟରେ ପେଣ୍ଡିଂ ଅଛି। ଏହି ସମୟରେ ଆଉ ଗୋଟିଏ ବିଲ କେମିତି ଆସିବ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ। ତେଣୁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। ବିଶେଷ କରି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ଅରୁଣ ସାହୁ ୧୨ ଟି କ୍ଲଜ ଉପରେ ଆଲୋଚନା କରିବା ସହ ସଂଶୋଧନ ଚାହିଁଥିଲେ।


See More

Latest Photos