ପଲ୍ଲୀରୁ ଦିଲ୍ଲୀ ହିମ୍ମତ ଖବର କାଗଜ ଲୋକତନ୍ତ୍ର କୁ ସୁଦୃଢ କରି ରାଷ୍ଟ୍ର ଗଠନରେ ସହାୟକ
ଆଇ ଏମ ସି କନକ୍ଳେଭରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦବୋଧନ।
ଆଇ ଏମ ସି କନକ୍ଳେଭରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦବୋଧନ।
ପଲ୍ଲୀରୁ ଦିଲ୍ଲୀ ହିମ୍ମତ ଖବର କାଗଜ ଲୋକତନ୍ତ୍ର କୁ ସୁଦୃଢ କରି ରାଷ୍ଟ୍ର ଗଠନରେ ସହାୟକ
ନୂଆଦିଲ୍ଲୀ ,୨୨/୨(ଅନନ୍ତ ରମ ପ୍ରଧାନ ) ଇଣ୍ଡିଆନ ମିଡ଼ିଆ କଂଗ୍ରେସ (ଆଇ ଏମ ସି)ର ତ୍ରୁତୀୟ ବାର୍ଷିକ ସମ୍ନିଳନୀ ଅବସରରେ ସମ୍ନିଳିତ କ ର୍ମଜୀବୀ ସାମ୍ବାଦିକ ସଂଘ ସହ ମିଳିତ ଭାବେ ପ୍ରଥମ ଅଧିବେଶନ ସ୍ଥାନୀୟ କନଷ୍ଟିଚ୍ୟୁସନ କ୍ଳବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉଦଘାଟକ ଭାବେ ପୂର୍ବତନ କେନ୍ଦ୍ର ସୂଚନା ପ୍ରସାରଣ ତଥା ସଂସଦୀୟ ମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଥିଲେ ବିକଶିତ ଭାରତ ପରେ ବିକଶିତ ଓଡ଼ିଶା ପାଇଁ ଓଡ଼ିଶାରୁ ରାଜଧାନୀ ଦିଲ୍ଲୀ ଆସିଥିବା ସାମ୍ବାଦିକ ଏବଂ ବିଭିନ୍ନ ଗଣମାଧ୍ୟମର ସଂପାଦକ ମାନଙ୍କ ଉଦ୍ୟମ ସଫଳ ହେବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। ପରେ ପରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଓ ଲୋକତନ୍ତ୍ର କୁ ସୁଦ୍ରୁଢ଼ କରିବା ସହ ରାଷ୍ଟ୍ର ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।। ଯାହା ଓଡ଼ିଶାର ଏକ ଛୋଟ ପଲ୍ଲୀ ରୁ ଦିଲ୍ଲୀରେ ପହଞ୍ଚି ପାରିଥିବା ହିମ୍ମତ ଦୈନିକ ଖବରକାଗଜ ତାର ହିମ୍ମତ ବାଲା ମାନଙ୍କୁ ଏକତ୍ରିତ କରି ଦେଖାଇ ପାରିଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ଗଣମାଧ୍ୟମ କଂଗ୍ରେସ ର ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ ଅଧ୍ୟକ୍ଷତା କରିଥିବାବେଳେ ଡ ପବିତ୍ର ମୋହନ ସାମନ୍ତରାୟ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାବେ ନିଜର ଅଭିଭାଷଣରେ ସାମ୍ବାଦିକ ମାନଙ୍କ ନିଜର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ। ସେହିଭଳି ଭାବରେ ଆଇ ଏମ ସି ର ଦ୍ୱିତୀୟ ଅଧିବେଶନ ନୂଆଦିଲ୍ଲୀ ସ୍ଥିତ ତ୍ୟାଗରାଜ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ଡିଜି ମ୍ରୁତ୍ୟୁଞ୍ଜୟ ମହାପାତ୍ର ,ମୁଖ୍ୟବକ୍ତା ଭାବେ କେରଳର ପୂର୍ବତନ ଡିଜିପି ଡ, ସଂଜୀବ ପାଟ୍ଟଯୋଶୀ , ସମ୍ନାନୀତ ଅତିଥି ଭାବେ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗର ପୂର୍ବତନ ଏଡିଜି କେ ଏସ ଧଟୁବାଲା ,ଓ ୟୁ ଡବ୍ଳୁ ଜେ ର ସଭାପତି ସଂଜୟ ଦାସ ,ସଂପାଦକ ପ୍ରଦ୍ୟୁମ୍ନ ଦାଶ କୋଷାଧ୍ୟକ୍ଷ ପ୍ରସନ୍ନ ପୃଷ୍ଟି ,ହିମ୍ମତ ର ସଂପାଦକ କମଳାକାନ୍ତ ଦାଶ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ।ଏହି ଅବସରରେ ଅନନ୍ତ ରାମ ପ୍ରଧାନ ,ବିଭୂତି ଭୂଷଣ ଖଣ୍ଡାୟୀ ସମେତ ୪୦ ରୁ ଉର୍ଦ୍ଧ ସାମ୍ବାଦିକ ଙ୍କୁ ପୁଷ୍ଫଗୁଛ ,ଉପଢୌକନ ,ଓ ଟ୍ରଫି ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରୁ ସତୁରିରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ସର୍ବଭାରତୀୟ ସ୍ତରରୁ ଶତାଧିକ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ। ଉଦଘୋଷିକା ଆକାଂକ୍ଷା ମଞ୍ଚ ଆମନ୍ତ୍ରଣ ଓ ସ୍ୱାଗତ ଭାଷଣ ଦେଇଥିବା
English