କାର୍ତ୍ତିକ ମାସରେ ରାଧାକୃଷ୍ଣଙ୍କ ଆରାଧନା, ସକାଳୁ ମନ୍ଦିରରେ ଶହଶହ ଭକ୍ତ ଧୂପଦୀପ ଓ ଅଁଳା କୋଳି ନେଇ ରାଧାରାଣୀଙ୍କ ପାଦ ଦର୍ଶନ କଲେ ଭକ୍ତ
ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଉତ୍ତରେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼
ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ମାସର ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ସକାଳ ୪ଟାରୁ ଭକ୍ତମାନେ ମନ୍ଦିରରେ ପହଞ୍ଚି ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।
ବ୍ରହ୍ମପୁର ଗାନ୍ଧିନଗର ଓ ଗୋସାଇଁ ନୂଆଗାଁ ଅଞ୍ଚଳର ଉତ୍ତରେଶ୍ୱର ମନ୍ଦିରରେ ଆଦିଶକ୍ତି ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ହାତରେ ଅଁଳା ଓ କୋଳି ସହ ଧୂପ, ଦୀପ ଧରି ରାଧାକୃଷ୍ଣଙ୍କୁ ଭକ୍ତିଭାବରେ ପୂଜା କରିଥିଲେ।
ପାରମ୍ପରିକ ରୀତିନୀତି ଅନୁଯାୟୀ ରାଧାରାଣୀଙ୍କ ପାଦ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଲାଭ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
English