- ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ୨୦୨୬ ର ଦ୍ଵିତୀୟ ଓ ତୃତୀୟ ଦିବସଅନୁଷ୍ଟିତ

Total Views : 310
Zoom In Zoom Out Read Later Print

ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ରେ ଯୋଗ ଦେଲେ ଚିକିଟି ,ସାନଖେମୁଣ୍ଡି ,ମୋହନା ବିଧାୟକ

ଚିକିଟି - ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ୨୦୨୬ ର ଦ୍ଵିତୀୟ ଓ ତୃତୀୟ ଦିବସ 
ଚିକିଟି -- (କୁରେଶୁ ସାହୁ) ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା (ବାର୍ଷିକ ସମ୍ମିଳନୀ) ୨୦୨୬ ର ଦ୍ୱିତୀୟ ଦିନରେଚିକିଟି - ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ର ଦ୍ଵିତୀୟ ଦିବସ ରେ କର୍ମକର୍ତ୍ତା ମାନେ ପହଞ୍ଚି କୁଳଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ପୂର୍ବକ ପୂଜାର୍ଚ୍ଚନା କରିବା ସହ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦର ସଭାପତି ମାନେ ନିଜ ନିଜ ଅଞ୍ଚଳର ଜାତି ପ୍ରୀତି ଉଦ୍ଦେଶ୍ୟ ଭିତ୍ତିକ ଅଭିଭାଷଣ ରେ ରଖିଥିଲେ।ସାଧାରଣ ବୈଠକ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୂପେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଯୋଗ ଦେଇଥିବା ବେଳେ କ୍ରମନ୍ୱୟ ରେ ପାଣ୍ଡିରି ଆଞ୍ଚଳିକ ସଭାପତି ଶ୍ରୀ ଦଣ୍ଡ ସାହୁ,କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ ଏବଂ କେନ୍ଦ୍ରୀୟ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ (ଚିକିଟି)ପ୍ରଥମ ରୁ ତୃତୀୟ ଉପବିଧି ଅଧ୍ୟାୟ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ମହୁରୀ ମଣ୍ଡଳ,ଘୁମୁସର,ନିଖିଳ ଓଡିଶା,କେଳାଗୋବିନ୍ଦପୁର ଓ ଅନ୍ୟାନ୍ୟ ଅଞ୍ଚଳର ତୈଳିକ ସମାଜର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଜାତି ର ଏକତା ନେଇ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଉପସ୍ଥିତ ରହି ଜାତିପ୍ରଥା ସମ୍ପର୍କ ବିଷୟରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ।ପରେ ପରେ ମୁଖ୍ୟବକ୍ତା ରୂପେ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ.କୈଳାଶ ଚନ୍ଦ୍ର ସ୍ୱାଇଁ (ପାଟପୁର ) ଯୋଗଦେଇ ସମାଜ,ପରିବାର-ଜାତି ଓ ସମାଜ ଜନ ହିତ ରେ ସମାଜ ସଂସ୍କାର ମୂଳକ ଆଲୋଚନା ଓ ଆଧ୍ୟାତ୍ମିକ ପ୍ରବଚନ ରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ। ତତ୍ ସଙ୍ଗେ ସଙ୍ଗେ ପ୍ରାୟ ୨୦ ଜଣ ଯୁକ୍ତ ତିନି ଓ ପିଜି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧନା ସହ ଅସହାୟ ଆର୍ଥିକ ଅନଗ୍ରସର ବର୍ଗ ର ପ୍ରାୟ ୩୦ ଜଣ ଛାତ୍ର,ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠ୍ୟ ଉପକରଣ ଦେଇ ଉତ୍ସାହିତ କରାଯାଇଥିଲା। ପରିଶେଷରେ ମହାସଭା ସଭାପତି ଶ୍ରୀ ଦଣ୍ଡାସି ସାହୁ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ।ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଦ୍ୱିତୀୟ ଦିବସ ମଧ୍ଯ ଅତ୍ୟନ୍ତ ସଫଳ ରୂପାୟନ ହୋଇପାରିଥିଲା।
  ତୃତୀୟ ଦିନ ବା ଉଦଯାପନୀ ଦିବସ ରେ କର୍ମକର୍ତ୍ତା ମାନେ ପହଞ୍ଚି ସଭାପତିଙ୍କ ଉପସ୍ଥିତିରେ କୁଳଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ପୂର୍ବକ ପୂଜାର୍ଚ୍ଚନା କରିଥିଲେ।ସାଧାରଣ ବୈଠକ ପ୍ରଥମ ପର୍ଯ୍ୟାୟ କ୍ରମାନ୍ୱୟରେ କେନ୍ଦ୍ରୀୟ ପରିଷଦ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ନୂତନ ଉପବିଧି ଚତୁର୍ଥ ପଞ୍ଚମ ଓ ଷଷ୍ଟ ଅଧ୍ୟାୟ କୁ ଅତି ପ୍ରାଞ୍ଜଳ ଭାବରେ ପଢ଼ି ବୁଝାଇଥିଲେ। ପ୍ରଥମ ପର୍ଯ୍ୟାୟ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ତୈଳିକ ବୈଶ ସମାଜ ସଭାପତି ଶ୍ରୀ ରଘୁନାଥ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୃପାସିନ୍ଧୁ ସାହୁ ଓ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସମାଜ ଓ ଜାତିର ଏକତା ସୂତ୍ର ବିଷୟରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ସିଙ୍ଗିପୁର ଗ୍ରାମ୍ୟ ପରିଷଦ, ବାଲିଗୁଡା(କନ୍ଧମାଳ), ପିତ୍ତଳ, ଦୂର୍ବନ୍ଧ, ସାତରାଜ୍ୟ କେନ୍ଦ୍ରୀୟ, ଗୋବିନ୍ଦପୁର, କୃଳା, ବୁର୍ଦା, ପଦ୍ମପୁର ଆଞ୍ଚଳିକ ଓ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା ତୈଳିକ ସମାଜର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ସମାଜ କୁ କିପରି ସଧୃଢ଼ କରିହେବ ତା ଉପରେ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ପରେ ପରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ କୃତିତ୍ବ ହାସଲ କରିଥିବା ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଚିକିଟି - ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ କିଛି କର୍ମକର୍ତ୍ତା ଙ୍କୁ ମାନପତ୍ର ଏବଂ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା।ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ଜାତିର ନୂତନ ଉପଵିଧି ପୁସ୍ତିକା ଉନ୍ମଚନ କରିବା ସହ ଜାତିପ୍ରଥା ସମ୍ପର୍କ ବିଷୟରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ।ଉକ୍ତ ତିନି ଦିନର କାର୍ଯ୍ୟକ୍ରମକୁ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଶ୍ରୀ ନୀଳମଣି ସାହୁ ଏବଂ ଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ ଅତି ସୂଚାରୁ ରୂପେ ପରିଚାଳନା କରିଥିଲେ। ଜାତିର ଧର୍ମଗୁରୁ ଶ୍ରୀ ଉତ୍ସବ ସାହୁ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ।ପରିଶେଷରେ ମହାସଭା ସଭାପତି ଶ୍ରୀ ଦଣ୍ଡାସି ସାହୁ କିଛି ଅମିମାଂସିତ ବିଚାରକୁ ମହାସଭାରେ ସର୍ବ ସମ୍ମତି କ୍ରମେ ତୃତୀୟ ଦିବସ ରାତ୍ର ସମୟରେ ରହି ବିଚାରଧୀନ କରିବାକୁ ଅନୁମତି ଦେଇଥିବା ବେଳେ ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ତୃତୀୟ ଦିବସ ମଧ୍ଯ ଅତ୍ୟନ୍ତ ସଫଳ ରୂପାୟନ ହୋଇପାରିଥିଲା।

See More

Latest Photos