ସୀତାପାହାଡ଼ ଉନ୍ନତି ଓ ପରିଚାଳନାକୁ ନେଇ ବିବାଦ,

Total Views : 9
Zoom In Zoom Out Read Later Print

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କଲେ ଅଞ୍ଚଳବାସୀ

ସୀତାପାହାଡ଼ ଉନ୍ନତି ଓ ପରିଚାଳନାକୁ ନେଇ ବିବାଦ,

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କଲେ ଅଞ୍ଚଳବାସୀ


ଗୋଷାଣୀ, -  ଗାରାବନ୍ଧ ଅଞ୍ଚଳରେ ରହିଛି ଐତିହ୍ୟସମ୍ପନ୍ନ ପବିତ୍ର ସୀତାପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନରେ ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ମକରମେଳା ଅନୁଷ୍ଠିତ ହୋଇଥାଏ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଏଠାକୁ ଆସି ମା' ସୀତାଙ୍କ ଦର୍ଶନ କରିଥାନ୍ତି। ବର୍ତ୍ତମାନ, ସୀତାପାହାଡ଼ର ଉନ୍ନତିକରଣ, ଦାନ ପାଣ୍ଠିର ପରିଚାଳନା ଓ ନିର୍ମାଣ କାର୍ଯ୍ୟକୁ ନେଇ ଏବେ ବିବାଦ ଦେଖାଦେଇଛି। ଲୋକବିଶ୍ବାସ ଅନୁଯାୟୀ, ତ୍ରେତୟା ଯୁଗରେ ରାମଙ୍କ ବନବାସ ସମୟରେ ମା'ସୀତା ଏହି ସ୍ଥାନରେ କିଛି ସମୟ ବିତାଇଥିଲେ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଥିବା ଏହି ପାହାଡ଼ ଉପରେ ସୀତାଙ୍କ ମନ୍ଦିର ଓ ସୀତା ଗାଧୁଆ କୁଣ୍ଡ ରହିଛି। ପୂର୍ବରୁ ସ୍ଥାନୀୟ ଲୋକପ୍ରତିନିଧି ଓ  ୨୦ରୁ ଊର୍ଦ୍ଧ୍ବ ଗ୍ରାମର ଲୋକଙ୍କ ସ‌ହଯୋଗରେ ସୀତାପାହାଡ଼ର ବିକାଶ କାର୍ଯ୍ୟ ଓ ମକରମେଳା ପରିଚାଳିତ ହେଉଥିଲା। ମାତ୍ର କିଛି ବର୍ଷ ହେଲା ପ୍ରଫୁଲ୍ଲ ପାତ୍ର ନାମକ ଜଣେ ବ୍ୟକ୍ତି ଏହାର ପରିଚାଳନାରେ ଆଧିପତ୍ୟ ବିସ୍ତାର କରୁଥିବା, ଲୋକଙ୍କ ଦାନ ଓ ସରକାରୀ ଅନୁଦାନର ହିସାବ ସାର୍ବଜନୀନ କରାଯାଉନଥିବା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ ପରିବର୍ତ୍ତେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ସୀତାପର୍ବତ ତୀର୍ଥ ଡେଭଲପମେଣ୍ଟ ଆସୋସିଏସନ୍ ନାମରେ ଦାନ ସଂଗୃହୀତ ହେଉଛି। ଅଥଚ ଆୟବ୍ୟୟ ବିବରଣୀ ସାର୍ବଜନୀନ କରାଯାଉନି। କମିଟି ଗଠନ କରାଯାଇଛି। କେଉଁମାନେ ସଦସ୍ୟ ଅଛନ୍ତି ତାହା ବି ସ୍ପଷ୍ଟ କରାଯାଉନି। ସୀତାପାହାଡ଼ ଉପରେ ଉନ୍ନତିମୂଳକ କାମ ଚାଲିଛି। ଯାହାର ବ୍ୟୟ ଅଟକଳ ୩୯.୩ ଲକ୍ଷ ବୋଲି ସୂଚନା ଦିଆଯାଇଛି। ହେଲେ, ଗାରାବନ୍ଧ ସମିତିସଭ୍ୟ ଭେଙ୍କଟ ରାବଣା, ଏହା ସମ୍ପୂର୍ଣ୍ଣ ଭିତ୍ତହୀନ, ବାସ୍ତବରେ ୯.୩ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀରାମ ମନ୍ଦିର ନିର୍ମାଣ କାମ ଚାଲିଛି ବୋଲି କହିଛନ୍ତି। ପାଣି ଓ ବିଦ୍ୟୁତ ସଂଯୋଗରେ ସହଯୋଗ ନ ମିଳିବାରୁ ଜେନେରେଟର ଓ ପାଣି ଟ୍ୟାଙ୍କର ସାହାଯ୍ୟରେ କାମ କରିବାକୁ ପଢୁଥିବା ସେ ପ୍ରକାଶ କରିଛନ୍ତି। ସମସ୍ତ ଅଭିଯୋଗକୁ ଖଣ୍ଡନ କରି ପ୍ରଫୁଲ ପାତ୍ର କହିଛନ୍ତି ଯେ ସୀତାପାହାଡ଼ରେ ଚାଲିଥିବା ନିର୍ମାଣ କାମ ନିମ୍ନମାନର ହେଉଥିବାରୁ ସେ ଏହାକୁ ବିରୋଧ କରିଛନ୍ତି । ସୀତାପାହାଡ଼ କମିଟି ଗଠନ ହୋଇଛି ଏବଂ ସମସ୍ତ ଆୟବ୍ୟୟର ହିସାବ ସଂରକ୍ଷିତ ରହିଛି। ତେବେ, ଏଭଳି ପରଷ୍ପର ବିରୋଧୀ ଅଭିଯୋଗ ମଧ୍ୟରେ ସୀତାପାହାଡ଼ର ଉନ୍ନତି ଓ ପରିଚାଳନାରେ ଜିଲ୍ଲା ପ୍ରଶାସନ ସକ୍ରିୟ ହସ୍ତକ୍ଷେପ କରି ପ୍ରକୃତ ସ୍ଥିତିର ତଦନ୍ତ କରିବା ସହ ଏଣ୍ଡାମେଣ୍ଟ ବୋର୍ଡ ଗଠନ କରି ସ୍ବଚ୍ଛ ପରିଚାଳନା ସୁନିଶ୍ଚିତ କରିବା ସକାଶେ ଅଞ୍ଚଳବାସୀ ଦାବି କରିଛନ୍ତି ।

See More

Latest Photos