ଡ.କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଭାଗବତ କଥାମୃତକୁ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ।
ଣସଖୋଲ ଠାରେ ଭାଗବତ ପରାୟଣ ଓ ପ୍ରବଚନ ମେଳା ଅନୁଷ୍ଠିତ।
ପଣସଖୋଲ ଠାରେ ଭାଗବତ ପରାୟଣ ଓ ପ୍ରବଚନ ମେଳା ଅନୁଷ୍ଠିତ।
ପାତ୍ରପୁର,(ଗୋରଙ୍ଗ ପ୍ରଧାନ )ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ପଣସଖୋଲ ଠାରେ ଭାଗବତ ଗୋଷ୍ଟି ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରତି ତିନି ବର୍ଷକୁ ଥରେ ହେଉଥିବା ଏହି ଗୋଷ୍ଠୀ ମେଳା ପଣସଖୋଲ,ତଣ୍ଡିପୁର,ନୁଆପେଣ୍ଠ,ହରିଚନ୍ଦନପୁର, ଗୋବିନ୍ଦରାଜପୁର ଓ ପଦାଦିଗି ଭାଗବତ ଭକ୍ତମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଗୁରୁବାର ଦିନରେ ନାମ ସଙ୍କୀର୍ତ୍ତନ ହୋଇଥିବା ବେଳେ ସନ୍ଧ୍ୟାରେ ଭଜନ କୀର୍ତ୍ତନ ପୁର୍ବକ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରବଚକ ଭାବରେ ପାଟପୁର କଲେଜ୍ ର ଅଧ୍ୟାପକ ଡ.କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଭାଗବତ କଥାମୃତକୁ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ। ଅନ୍ୟ ପ୍ରବଚକ ମାନଙ୍କ ମଧ୍ୟରେ ପ୍ରକାଶ ପ୍ରଧାନ, ତ୍ରିନାଥ ବାଡତ୍ୟା ଓ ଅନ୍ତର୍ଯ୍ୟାମୀ ଚୌଧୁରୀ ପ୍ରମୁଖ ପ୍ରବଚନ ଦେଇଥିବା ବେଳେ ଚିକିଟୀ, ପାତ୍ରପୁର, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭାଗବତ ଟୁଙ୍ଗି ପୁନଃରୁଦ୍ଧାର ଓ ସଂରକ୍ଷଣ ସଂଘ ସମ୍ପାଦକ ମାଧବ ବାଡତ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ବେହେରା, କୀର୍ତ୍ତି ଚନ୍ଦ୍ର ବେହେରା,ଆପନା ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ଦିବାକର ପ୍ରଧାନଙ୍କ ସମେତ ଭାଗବତ ଭକ୍ତମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପୁରୋହିତ ସିପୁ ପାଣିଗ୍ରାହୀ ପୂଜା କର୍ମ ଓ ଯଜ୍ଞ ପରିଚାଳନା କରିଥିଲେ।
English