ପାରଳା ରାଜଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ରାଜଦାଣ୍ଡରେ ଆରମ୍ଭହୋଇଛି ରଥ ନିର୍ମାଣ କାର୍ଯ୍ୟ
ରାଜଦାଣ୍ଡରେ ଆରମ୍ଭହୋଇଛି ରଥ ନିର୍ମାଣ କାର୍ଯ୍ୟ
ପାରଳାଖେମୁଣ୍ଡି, - : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ପାରଳା ରାଜଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରୀଷ୍ମର ପ୍ରଖର ତାତିକୁ ଖାତିର ନକରି ପାରଳା ରାଜଦାଣ୍ଡ ସ୍ଥିତ ରଥଖଳାରେ ମହାରଣା ଓ କାଠ କାରିଗରମାନେ ଦିନରାତି ପରିଶ୍ରମ କରୁଛନ୍ତି। ଉପଯୁକ୍ତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ୮ରୁ ଅଧିକ ମହାରଣା ଓ କାରିଗର ନିୟୋଜିତ ହୋଇଛନ୍ତି। ରଥର ଚକ, ଅଖ, ଦଣ୍ଡା ଓ ଅନ୍ୟାନ୍ୟ ଅଂଶ ନିର୍ମାଣ କାମ ଚାଲିଛି। ରଥ ନିର୍ମାଣର ମୁଖ୍ୟ କାରିଗର ଅଶୋକ ମହାରଣା କହିଛନ୍ତି ଯେ, ତାଙ୍କ ପୂର୍ବପୁରୁଷମାନେ ଏହି ପବିତ୍ର ଦାୟିତ୍ଵ ତୁଲାଇ ଆସୁଥିଲେ। ଗତ କିଛିବର୍ଷ ଧରି ଏହି ସେବାରେ ସେ ନିୟୋଜିତ ରହିଛନ୍ତି। ମହାପ୍ରଭୁଙ୍କ କୃପାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତିନି ରଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ରଥଯାତ୍ରା ସହ ଜନସାଧାରଣଙ୍କ ଭାବାବେଗ ଓ ଆସ୍ଥା ଜଡ଼ିତ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଓ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି| ରଥ ନିର୍ମାଣ ନିମନ୍ତେ ଅଧିକ କାଠ ଆବଶ୍ୟକ ରହିଥିବା ବେଳେ ଚିହ୍ନଟ ସ୍ଥାନରୁ ଗଛ କଟାଯାଇ ମିଲ୍ରେ ପହଞ୍ଚିଛି ସେଠାରୁ ଆସିଲେ ନିର୍ମାଣ କାମ ଅଧିକ ତ୍ବରାନ୍ବିତ ହେବ ବୋଲି ଜଣାପଡ଼ିଛି । ରଥଯାତ୍ରାକୁ ସୁରୁଖୁରୁରେ ପରିଚାଳନା ପାଇଁ ପ୍ରଥମେ ସମସ୍ତ ସବ୍କମିଟିକୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ଦାୟିତ୍ବ ମଧ୍ୟ ବଣ୍ଟନ ସରିଛି । ଚଳିତ ବର୍ଷ ଜଗନ୍ନାଥଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି
English