ଚଳିତ ବର୍ଷ ମାଟ୍ରିକ,+2,+3ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ, ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା।

Total Views : 18
Zoom In Zoom Out Read Later Print

107ଜଣ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା

ଚଳିତ ବର୍ଷ ମାଟ୍ରିକ,+2,+3ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ, ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା।
    ବ୍ରହ୍ମପୁର    ୱାର୍ଡ ନଂ 6 ସ୍ଥିତ ଶାନ୍ତିମାର୍ଗ କଲ୍ୟାଣ ମଣ୍ଡପ ଠାରେ,ଶନିବାର ଦିନ ଅନିଲ ନାୟକ ଏବଂ ରଞ୍ଜନା ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ,  ଫାଉଣ୍ଡେସନ ତରଫରୁ ମାନ ପତ୍ର ସହ ଉପହାର ପ୍ରଦାନ କରାଯାଇଛି  l ଏହି ଅବସରରେ ମୁଖ୍ୟଅତିଥି ଭାବେ ମେହେର ସଂଘମିତ୍ରା ଦଳେଇ ଯୋଗ ଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଆର. ମୁରଲୀ ମୋହନ, ସୁବାଷ ମହାରଣା, ଆଇନଯିବି ପ୍ରଦୀପ ପଣ୍ଡା, ନୟନ ମହାପାତ୍ର ଓ ପ୍ରଦୀପ ବେହେରା l ପୂର୍ବତନ ଛାତ୍ର ସଭାପତି ସୁଶାନ୍ତ କୁମାର ସାମଲ, କାହ୍ନଚାରଟିବଲ ଟ୍ରଷ୍ଟର ଅଧକ୍ଷା ରଞ୍ଜନା ମିଶ୍ର, ପ୍ରେସ କ୍ଲବ ସଭାପତି ଶ୍ରୀ ଅଶୋକ କୁମାର ବ୍ରହ୍ମା, କୋଷାଧକ୍ଷ ଶିବ କୁମାର ପଣ୍ଡା, ସମାଜସେବୀ କେ. ରାଜ କୁମାର ସେନାପତି, ଚନ୍ଦ୍ରଶେଖର ଗୌଡ଼, ବଜରଙ୍ଗ ଚୌଧୁରୀ ଓ ଆନନ୍ଦ ମାହାଙ୍କୁଡ ପ୍ରମୁଖ ମଂଚାସୀନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ମାଟ୍ରିକ, +2 ଏବଂ +3 ରେ ଉତୀର୍ଣ୍ଣ ହେଇଥିବା ୱାର୍ଡ ନଂ 6 ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଫାଉଣ୍ଡେସନ ତରଫରୁ ମାନ ପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା l ସଭାକୁ ପରିଚାଳନା ଆଂକେରର ତଥା ଲିଖିକା ସୁଶ୍ରୀ ସାଗରୀକା ଆଚାର୍ଯ୍ୟ କରିଥିଲେ l ଏହି ଠାରେ ମୋଟ 107ଜଣ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ ଫାଉଣ୍ଡେସନର ଅଧକ୍ଷ ଓ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଆଗାମି ଭବିଷ୍ୟତ ଓ ସମାଜରେ ଭଲ ମଣିଷ ଭାବେ ନିଜ ନିଜର ଭବିଷ୍ୟତ ଗଢ଼ୀ ତୋଳିବା ପାଇଁ ଆଲୋକପାତ କରିଥିଲେ l ଏଥିରେ ଫାଉଣ୍ଡେସନର ସଦସ୍ୟ ବାଦଲ ବିଶୋଇ, ତ୍ରିଲୋଚନ ବେହେରା, ରାମ ନାୟକ, ଜନାର୍ଦନ ଘଡେଇ, ଆଦିତ୍ୟ ମୁଖି, ବୀରେନ୍ଦ୍ର ବେହେରା, ଗଣେଶ ନାୟକ, ସାହିଲ ଘଡେଇ, ଵିଶାଲ ଘଡେଇ, ସନ୍ତୋଷ ମଧେଇ, ଆରୟାନ ନାୟକଙ୍କ ସମତେ ବହୁ ୱାର୍ଡବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l
       ଜନ୍ମ ଦିନ ରେ ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ଅନିଲ କୁମାର ନାୟକ କୁ ଅଂଚଳ ବାସୀ ପ୍ରଶଂସା କରିଥିଲେ

See More

Latest Photos